ଡ୍ରାଇଭିଂ ଲାଇସେନସ ସୁବିଧାରେ ମିଳିବା ପାଇଁ ଉତ୍ତରାଖଣ୍ଡ ସରକାରଙ୍କ ଅଭିନବ ଯୋଜନା

ଡ୍ରାଇଭିଂ ଲାଇସେନ୍ସ ପାଇଁ ଉତ୍ତରାଖଣ୍ଡ ସରକାର ଜନସାଧାରଣଙ୍କ ଲାଗି ନୂଆ ବ୍ୟବସ୍ଥା ଆଣିବାକୁ ଯାଉଛନ୍ତି। ରାଜ୍ୟରେ ଥିବା ସମସ୍ତ କଣ୍ଟ୍ରୋଲ ଦୋକାନରେ ସରକାର ଜନସୁବିଧା କେନ୍ଦ୍ର ଖୋଲି ସେଠାରେ ଡ୍ରାଇଭିଂ ଲାଇସେନ୍ସ, ଆୟ, ଜାତିଗତ ଓ ଅନ୍ୟ ପ୍ରମାଣପତ୍ର ପ୍ରଦାନ କରିବେ। ପ୍ରଥମ ପର୍ଯ୍ୟାୟରେ ଉତ୍ତରାଖଣ୍ଡର ବାଗେଶ୍ୱରରେ ୫୦ଟି କଣ୍ଟ୍ରୋଲ ଦୋକାନ ଚିହ୍ନଟ କରାଯାଇଛି। ସେହିପରି ଉକ୍ତ କେନ୍ଦ୍ରରେ ଆଧାର କାର୍ଡ ପଞ୍ଜୀକରଣ, ଭୋଟର ପରିଚୟ ପତ୍ର, ଇମେଲ, ନିଯୁକ୍ତି ପଞ୍ଜୀକରଣ ଆଦି ବିଭିନ୍ନ ସୁବିଧା ଉପଲବ୍ଧ ରହିବ।

Leave a Reply