ଝାରସୁଗୁଡା ବିମାନ ବନ୍ଦର, ତାଳଚେରର ସାର କାରଖାନାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଳଚେରରେ ସାର କାରଖାନା ଏବଂ ଝାରସୁଗୁଡାର ବିମାନ ବନ୍ଦରର ଉଦଘାଟନ କରିଛନ୍ତି। ମୋଦି ଭୁବନେଶ୍ବରରେ ପହଁଚି ସେଠାରୁ ତାଳଚେର ଯାଇ ସାର କାରଖାନାର ପୁନଃଉଦ୍ଧାର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ। ଏହାପରେ ସେ ଝାରସୁଗୁଡା ଯାଇ ସେଠାରେ ଓଡିଶାର ଦ୍ବିତୀୟ ବିମାନ ବନ୍ଦରର ଶୁଭ ଉଦ୍ଘାଟନ କରିଥିଲେ। ଏହି ବିମାନ ବନ୍ଦରର ନାମ ବୀର ସୁରେନ୍ଦ୍ର ସାଏ ନାମରେ ନାମିତ କରାଗଲା ବୋଲି ମୋଦି କହିଥିଲେ। ପୂର୍ବରୁ ମୁଖ୍ୟମନ୍ତ୍ରୀ ଏହାର ନାମକରଣ ବୀର ସୁରେନ୍ଦ୍ରଙ୍କ ନାମରେ କରିବାକୁ ଦାବୀ କରିଥିଲେ। ଉଭୟ ଉତ୍ସବରେ ରାଜ୍ୟପାଳ ଗଣେଷୀ ଲାଲ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉପସ୍ଥିତ ଥିଲେ।

Leave a Reply