ଝାଡଖଣ୍ଡ ସରକାରଙ୍କ ନିଆରା ଉଦ୍ୟମ, ରକ୍ତଦାନ କଲେ ମିଳିବ ୪ ଦିନର ଛୁଟି

ରକ୍ତଦାନକୁ ପ୍ରୋତ୍ସାହିତ କରିବା ପାଇଁ ଝାରଖଣ୍ଡ ସରକାର ଏକ ନିଆରା ଉଦ୍ୟମ ଆରମ୍ଭ କରିଛନ୍ତି । ସ୍ୱେଚ୍ଛାକୃତ ରକ୍ତଦାନ କରୁଥିବା ସରକାରୀ କର୍ମଚାରୀଙ୍କୁ ରକ୍ତଦାନ ପ୍ରତି ବଦଳରେ ୪ଦିନ ଛୁଟି ମଞ୍ଜୁର କରିବାର ଘୋଷଣା କରିଛନ୍ତି ରଘୁବର ସରକାର ସରକାରୀ କାର୍ଯ୍ୟଦିବସରେ ରକ୍ତଦାନ କରିଥିବା କର୍ମଚାରୀ ୪ଦିନ ସିଏଲ ପାଇଲେ ରକ୍ତଦାନ ପାଇଁ ଅନ୍ୟମାନେ ଉତ୍ସାହିତ ପାଇଁ ଏପରି କରାଯାଇଛି । ଏହି ଘୋଷଣା ଜାତୀୟ ରକ୍ତଦାନ ଦିବସ ଅକ୍ଟୋବର ୧ରେ କରାଯାଇଛି । ସୋମବାର ଜାରୀ ଏହି ଘୋଷଣାରେ କୁହାଯାଇଛି ଯେ ଝାରଖଣ୍ଡରେ ପ୍ରତିବର୍ଷ ୩,୫୦,୦୦୦ ୟୁନିଟ୍ ରକ୍ତର ଆବଶ୍ୟକତା ଥିବା ବେଳେ ସଂଗ୍ରହ ହେଉଛି ମାତ୍ର ୧,୯୦,୦୦ ୟୁନିଟ୍ ।

Leave a Reply