ଆଜି ବଲିଉଡ୍ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରାଙ୍କ 35ତମ ଜନ୍ମଦିବସଟି ବେଶ୍ ଖାସ୍ ରହିଛି। ତାଙ୍କ ଜନ୍ମଦିବସ ଅବସରରେ ଅପ୍କମିଙ୍ଗ୍ ଫିଲ୍ମ ‘ଶେରଶାହା’ର ଫାଷ୍ଟ ଲୁକ୍ ରିଲିଜ୍ କରାଯାଇଛି। ସିଦ୍ଧାର୍ଥ ଏହି ଫିଲ୍ମରେ ଜଣେ ଆର୍ମି କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ ଚରିତ୍ରରେ ନଜରରେ ଆସିଛନ୍ତି। ଶେରଶାହ 1999 ମସିହାରେ ହୋଇଥିବା କାରଗିଲ୍ ଯୁଦ୍ଧର ବୀର ଯବାନ୍ କ୍ୟାପଟେନ୍ ବିକ୍ରମ ବାତ୍ରାଙ୍କ କାହାଣୀ ଉପରେ ଆଧାରିତ। ଏହି ଫିଲ୍ମରେ ସିଦ୍ଧାର୍ଥ-କିଆରାଙ୍କ ବ୍ୟତୀତ ଜାଭେଦ ଜାଫେରୀ, ହିମାଂଶୁ ମାଲହୋତ୍ରା, ପରେଶ ରାଓ୍ବଲ ପ୍ରମୁଖ ରହିଛନ୍ତି । ପରେଶ ରାଓ୍ବଲ ଏହି ଫିଲ୍ମରେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ନଜର ଆସିବେ ।