ଚିଙ୍ଗୁଡି ଫ୍ୟାକ୍ଟ୍ରିରୁ ଗ୍ୟାସ୍‌ ଲିକ୍‌ ଘଟଣାରେ 7 ଅଟକ : ଶ୍ରମ ମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ବାଲେଶ୍ୱର ଜିଲ୍ଲା ଖନ୍ତପଡ଼ା ଥାନା ଅନ୍ତର୍ଗତ ପଣପଣାରେ ଥିବା ଫାଲ୍‌କନ୍‌ ଚିଙ୍ଗୁଡ଼ି ଫ୍ୟାକ୍ଟ୍ରିରେ କ୍ଲୋରିନ୍‌ ଗ୍ୟାସ୍ ଲିକ୍ ଯୋଗୁ ଗତକାଲି 88 ମହିଳା କର୍ମଚାରୀ ଅଣନିଃଶ୍ୱାସୀ ହୋଇ ଅସୁସ୍ଥ ହୋଇପଡ଼ିଥିଲେ । ଏହି ଘଟଣାରେ କମ୍ପାନୀ ବିରୋଧରେ ମାମଲା ରୁଜୁ କରାଯିବା ସହ 7 ଅଧିକାରୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୋଲିସ୍‌ । ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂହ ବାଲେଶ୍ୱର ମେଡିକାଲ୍‌ରେ ପହଞ୍ଚି ଅସୁସ୍ଥଙ୍କ ସ୍ୱାସ୍ଥାବସ୍ଥା ସମ୍ପର୍କରେ ପଚାରି ବୁଝିଛନ୍ତି । ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯିବା ସହ ଦୋଷୀ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି ।

Leave a Reply