ଚିକିତ୍ସା ବିଜ୍ଞାନରେ ତିନି ବୈଜ୍ଞାନିକଙ୍କୁ ନୋବେଲ ପୁରସ୍କାର

ଚିକିତ୍ସା ବିଜ୍ଞାନରେ ଚଳିତ ବର୍ଷ ତିନି ଜଣଙ୍କ ନାମ ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପିଟର ଜେ ରାଟ୍‌କ୍ଲିଫ୍‌, ଓ୍ବିଲିୟମ୍‌ ଜି କେଲିନ୍‌ ଜୁନିୟର ଏବଂ ଗ୍ରେଗ୍‌ ଏଲ୍‌. ସେମେଞ୍ଜାଙ୍କ ନାମ ଚଳିତ ବର୍ଷର ନୋବେଲ ପୁରସ୍କାର ପାଇଁ ଘୋଷଣା କରାଯାଇଛି । ପିଟର ଜେ ରାଟ୍‌କ୍ଲିଫ୍‌ ଫ୍ରାନ୍ସିସ୍‌ କ୍ରିକ୍‌ ବିଶ୍ବବିଦ୍ୟାଳୟ, କେଲିନ୍‌ ହାଭାର୍ଡ ଏବଂ ସେମେଞ୍ଜା ଜନ୍‌ସ ହପ୍‌କିନ୍‌ସରେ ଅଧ୍ୟାପନା କରନ୍ତି । ମସ୍ତିଷ୍କ ସେଲ୍‌ ଅମ୍ଲଜାନର ଉପସ୍ଥିତି ଏବଂ ଅନୁପସ୍ଥିତିକୁ ନେଇ କିପରି ପରିଚାଳିତ ହୋଇଥାଏ ଏହା ଉପରେ ଏହି ତିନି ବୈଜ୍ଞାନିକ ଗବେଷଣା କରୁଥିଲେ ।

Leave a Reply

Your email address will not be published. Required fields are marked *