ଚାର୍ଲିସ୍‌ ଆଞ୍ଜେଲ୍‌ସ ପ୍ରମୋସନରେ ନୂଆ ଅବତାରରେ କ୍ରିଷ୍ଟେନ୍‌ ଷ୍ଟିଓ୍ବାର୍ଟ

ହଲିଉଡ୍‌ ଅଭିନେତ୍ରୀ କ୍ରିଷ୍ଟେନ୍‌ ଷ୍ଟିଓ୍ବାର୍ଟ ନିଜର ଅପ୍‌କମିଙ୍ଗ ଫିଲ୍ମ ଚାର୍ଲିସ୍‌ ଏଞ୍ଜେଲ୍ସର ତୃତୀୟ ଭାଗ ପାଇଁ ଏକ ନୂଆ ଅବତାରରେ ନଜର ଆସିଛନ୍ତି । ସର୍ବଦା ନିଜର ଅଲଗା ଷ୍ଟାଇଲ ପାଇଁ ଚର୍ଚ୍ଚାରେ ରହୁଥିବା କ୍ରିଷ୍ଟେନ୍‌ ଏହି ଫିଲ୍ମର ପ୍ରମୋସନ ପାଇଁ ପୁଣି ଥରେ ଛୋଟ କେଶରେ ନଜର ଆସିଛନ୍ତି । ସୋମବାର ରାତିରେ ଓ୍ବେଷ୍ଟଉଡ୍‌ର ରିଜେନ୍ସି ଭିଲେଜ୍‌ ଥିଏଟରରେ କ୍ରିଷ୍ଟେନ ନିଜ ନୂଆ ଗେଟ୍‌ ଅପ୍‌ରେ ଫିଲ୍ମର ପ୍ରିମିୟରରେ ନଜର ଆସିଥିଲେ । ଆସନ୍ତା 14 ତାରିଖରେ ଏହି ଫିଲ୍ମଟି ରିଲିଜ୍‌ ହେବାକୁ ଯାଉଛି ।

Leave a Reply