ଗ୍ୟାଙ୍ଗଷ୍ଟାର କରିମ୍‌ ଲାଲାଙ୍କୁ ଭେଟୁଥିଲେ ଇନ୍ଦିରା ଗାନ୍ଧୀ : ସଞ୍ଜୟ ରାଉତ

ଶିବସେନାର ବରିଷ୍ଠ ନେତା ସଞ୍ଜୟ ରାଉତ ଏକ ଆଶ୍ଚର୍ଯ୍ୟଜନକ ତଥ୍ୟ ଦେଇଛନ୍ତି । ବୁଧବାର ଏକ ସାକ୍ଷାତକାର ଅବସରରେ ରାଉତ କହିଛନ୍ତି ଇନ୍ଦିରା ଗାନ୍ଧୀ ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭେଟୁଥିଲେ । ମୁମ୍ବାଇର ମଦ ମାଫିଆ ତଥା ଗ୍ୟାଙ୍ଗଷ୍ଟର କରିମ୍‌ ଲାଲାଙ୍କୁ ଭୂତପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ଏକାଧିକ ଥର ଭେଟିଛନ୍ତି । ଦକ୍ଷିଣ ମୁମ୍ବାଇର ପ୍ୟୋଧିନୀରେ ଲାଲାଙ୍କୁ ଇନ୍ଦିରା ଭେଟୁଥିଲେ । ଲାଲା 1960ରୁ 1980 ପର୍ଯ୍ୟନ୍ତ ବେଆଇନ ମଦ କାରବାରରେ ସମ୍ପୃକ୍ତ ରହିଥିବା ବେଳେ 2002ରେ ତାର ଦେହାନ୍ତ ହୋଇଥିଲା ।

Leave a Reply