ଗୁରୁପ୍ରିୟା ସେତୁର ସୁରକ୍ଷା ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର ପାଇଁ ନିଷ୍ପତି କରାଯାଇଛି।

ମାଲକାନାଗିରିର ବହୁ ପ୍ରତିକ୍ଷିତ ଗୁରୁପ୍ରିୟା ସେତୁର ସୁରକ୍ଷା ନେଇ ବର୍ତ୍ତମାନ ପୋଲିସ ପ୍ରଶାସନ ଚିନ୍ତାରେ ଅଛି। କାରଣ ଗୁରୁପ୍ରିୟା ସେତୁ ଅଞ୍ଚଳଟି ପୁରା ମାଓ ପ୍ରଭାବିତ । କେତେବେଳେ ମାଓବାଦୀମାନେ ଏହି ସେତୁକୁ ଉଡାଇ ଦେବେ ତାହା କହିବା ମୁସ୍କିଲ। ବର୍ତ୍ତମାନ ବିଏସଏଫ ଜବାନମାନେ ଏହି ସେତୁକୁ ଜଗି ରହିଥିଲେ ମଧ୍ୟ ବିପଦ ସଂପୂର୍ଣ୍ଣ ଟଳିପାରୁ ନାହିଁ। ସେଥିପାଇଁ ସେତୁର ସୁରକ୍ଷା ଯାଞ୍ଚ ପାଇଁ ଡ୍ରୋନ କ୍ୟାମେରା ବ୍ୟବହାର କରାଯିବ ବୋଲି ପୋଲିସ ଡିଜି ରାଜେନ୍ଦ୍ର ପ୍ରସାଦ ଶର୍ମା କହିଛନ୍ତି। ସେଥିପାଇଁ ରାଜ୍ୟ ସରକାରଙ୍କୁ ଏକ ପ୍ରସ୍ତାବ ଦିଆଯାଇଛି ବୋଲି ଡିଜି କହିଛନ୍ତି। ଗତମାସରେ ଏହି ସେତୁକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ବଳୟମଧ୍ୟରେ ଉଦଘାଟନ କରିଛନ୍ତି।

Leave a Reply