ଗାନ୍ଧି ଜୟନ୍ତୀରୁ ବିଜେଡିର ଆରମ୍ଭ କଲା ଜନ ସଂପର୍କ ପଦଯାତ୍ରା, କର୍ମିମାନେ ସରକାରଙ୍କ ସଫଳତାକୁ ପ୍ରଚାର କରିବା ପାଇଁ ନବୀନଙ୍କ ଆହ୍ବାନ

ପ୍ରତି ବର୍ଷ ପରି ଏଥର ମଧ୍ୟ ଗାନ୍ଧି ଜୟନ୍ତୀରୁ ପଦଯାତ୍ରାର ଶୁଭାରମ୍ଭ କରିଛି ବିଜୁ ଜନତା ଦଳ। ଭୁବନେଶ୍ବରର ଶିଶୁଭବନ ଛକସ୍ଥିତ ଝରଣା ବସ୍ତିରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଯୋଗଦେଇ ସରକାରଙ୍କ ସଫଳତାକୁ ପ୍ରଚାର କରିବାକୁ କର୍ମିମାନଙ୍କୁ ଆହ୍ବାନ ଦେଇଛନ୍ତି।ରାଜ୍ୟ ସରକାର ସମସ୍ତଙ୍କ ପାଇଁ ଖାଦ୍ୟ, ବିଜୁ ସ୍ବାସ୍ଥ୍ୟ କଲ୍ୟାଣ ଯୋଜନା ପ୍ରଚଳନ କରିଛନ୍ତି। ଏହାର ସୁଫଳତା ଲୋକଙ୍କ ମଧ୍ୟରେ ପ୍ରଚାର କରିବା ଆବଶ୍ୟକ ବୋଲି ନବୀନ କହିଛନ୍ତି। ଏହି ଉତ୍ସବରେ ମନ୍ତ୍ରୀ ଅଶୋକ ପଣ୍ଡା, ମେୟର ଅନନ୍ତ ନାରାୟଣ ଜେନା ପ୍ରମୁଖ ବହୁ ନେତା ଯୋଗ ଦେଇଥିଲେ। ଏହି ଜନସଂପର୍କ ଯାତ୍ରା ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ଚାଲିବ।

Leave a Reply