ଗହମ ଏବଂ ସୋରିଷର ସର୍ବନିମ୍ନ ମୂଲ୍ୟ ନିର୍ଦ୍ଧାରଣ ପାଇଁ ସରକାରଙ୍କ

ଗହମ ଏବଂ ସୋରିଷ ପରି ରବି ଫସଲ ଉପରେ କେନ୍ଦ୍ର ସରକାର ଖୁବ ଶୀଘ୍ର ସର୍ବନିମ୍ନ ସହାୟକ ମୂଲ୍ୟକୁ ବୃଦ୍ଧି କରି ପାରନ୍ତି । କେନ୍ଦ୍ର କୃଷି ମନ୍ତ୍ରାଳୟ ଏନେଇ ପ୍ରସ୍ତାବ ତିଆରି କରୁଛି । ନିର୍ବାଚନ ପାଇଁ ବିଭିନ୍ନ ରାଜ୍ୟରେ ଲାଗୁ ହୋଇଥିବା ନିର୍ବାଚନ ଆଚରଣ ସଂହିତା କାରଣରୁ ଏହି ଘୋଷଣା ନିର୍ବାଚନ ପରେ କରାଯିବ । ପ୍ରସ୍ତାବ ଅନୁସାରେ ଗହମର ସର୍ବନିମ୍ନ ମୂଲ୍ୟ 1840 ଟଙ୍କାରୁ 1925କୁ ବୃଦ୍ଧି କରାଯିବାର ପ୍ରସ୍ତାବ ରହିଥିବା ବେଳେ ସୋରିଷର ସର୍ବନିମ୍ନ ମୂଲ୍ୟ 4200 ଟଙ୍କାରୁ 4425 ଟଙ୍କା କରାଯିବ ବୋଲି ଜଣା ପଡିଛି ।

Leave a Reply

Your email address will not be published. Required fields are marked *