ଗଠନ ହେଲା ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ, ଅତନୁ ସବ୍ୟସାଚୀ ନାୟକ ହେଲେ ଉପଦେଷ୍ଠା।

ଅଙ୍ଗନବାଡି ସାମ୍ମୁଖ୍ୟ ପରେ ବିଜୁ ଜନତା ଦଳ ଗଠନ କଲା ଆଉ ଏକ ନୂଆ ସଂଗଠନ, ବିଜେଡି ସାଂସ୍କୃତିକ ସମନ୍ବୟ ସାମ୍ମୁଖ୍ୟ। ମୁଖ୍ୟମନ୍ତ୍ରୀ ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଏହି ସାମ୍ମୁଖ୍ୟର ବିଧିବଧ ଘୋଷଣା କରିଛନ୍ତି। ଏହି ସାମ୍ମୁଖ୍ୟର ଉପଦେଷ୍ଠା ଭାବେ ବିଧାୟକ ଅତନୁ ସବ୍ୟସାଚୀ ନାୟକଙ୍କୁ ନିଯୁକ୍ତ କରାଯାଇଛି। ଏହାର ଆବାହକ ଭାବେ ପୂର୍ବତ୍ତନ ପ୍ରଶାସକ ରବି ନନ୍ଦଙ୍କୁ ମଧ୍ୟ ନିଯୁକ୍ତି ଦିଆଯାଇଛି। ସେହିପରି ସଂଯୋଜକ ଭାବେ ପ୍ରବୀର ମହାନ୍ତି ରହିଛନ୍ତି। ଏଥିସହିତ ଶ୍ରୀମୟୀ ସ୍ବେତା ମିଶ୍ର, ମୋହନ ପ୍ରସାଦ ମିଶ୍ର, ଜୀବନ ଦୀକ୍ଷିତ, ଅଜୟ ରାଉତରାୟ ପ୍ରମୁଖ  ସଦସ୍ୟ ରହିଛନ୍ତି।

Leave a Reply