କ୍ଲିନ ସ୍ୱିପ୍ ଲକ୍ଷ୍ୟରେ ଭାରତ

ଚେନ୍ନାଇରେ ଆଜି ଅନ୍ତିମ ଟି-20ରେ ଭାରତ ଭେଟିବ ୱେଷ୍ଟଇଣ୍ଡିଜକୁ। କ୍ରମାଗତ ଦ୍ୱିତୀୟ ବିଜୟ ପରେ ଭାରତ ଚାହିଁବ ଶୃଙ୍ଖଳର  ଅନ୍ତିମ ମ୍ୟାଚକୁ ବିଜୟ ଲାଭ କରି ସିରିଜକୁ 3-0 ରେ ସମାପ୍ତ କରିବାପାଇଁ। ସେପଟେ ଟି-20ରେ ଅଧିକ ଶକ୍ତିଶାଳୀ ଥିବା ୱେଷ୍ଟଇଣ୍ଡିଜ ବାରମ୍ବାର ପରାଜୟର ଗ୍ଲାନିକୁ ଭୁଲିବା ପାଇଁ ଆଉ ନିଜର ସମ୍ମାନକୁ ବଞ୍ଚାଇବା ପାଇଁ ଶୃଙ୍ଖଳର ଶେଷ ମ୍ୟାଚ ଜିତିବା ପାଇଁ ଶତପ୍ରତିଶତ ପ୍ରୟାସ କରିବ। ୱେଷ୍ଟଇଣ୍ଡିଜ ବ୍ୟାଟ୍ସମ୍ୟାନମାନେ ଚେନ୍ନାଇର ଛୋଟ ପଡିଆ ଆଉ ଭଲ ବ୍ୟାଟିଂ ପିଚ ର ଫାଇଦା ନେବା ପାଇଁ ନିର୍ଭୀକ ହୋଇ ଖେଳିବେ ବୋଲି ସୂଚନା ଦେଇଛନ୍ତି। ଭାରତ ଶୃଙ୍ଖଳ ଜିତି ଯାଇଥିବାରୁ ଅଷ୍ଟ୍ରେଲିଆ ଗସ୍ତକୁ ଲକ୍ଷ୍ୟରଖି ଉମେଶ, କୁଲଦୀପ, ବୁମରାଙ୍କ ବଦଳରେ କିଛି ନୂଆ ଖେଳାଳିଙ୍କୁ ସୁଯୋଗ ଦେବାର ସମ୍ଭାବନା ରହିଛି।

Leave a Reply