କାର୍ତ୍ତିକ-ସାରାଙ୍କ ଲଭ୍‌ ଆଜ୍‌କଲ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌

କାର୍ତ୍ତିକ ଆର୍ଯ୍ୟନ୍‌ ଏବଂ ସାରା ଅଲୀ ଖାନ୍‌ଙ୍କ ଅଭିନୀତ ଲଭ୍‌ ଆଜ୍‌ କଲ୍‌ର ପ୍ରଥମ ପୋଷ୍ଟର ରିଲିଜ୍‌ ହୋଇଛି । ଏହା ସହିତ ଆସନ୍ତା କାଲି ଫିଲ୍ମର ଟ୍ରେଲର ରିଲିଜ୍‌ ହେବାକୁ ଯାଉଛି । ଉଭୟ କାର୍ତ୍ତିକ ଏବଂ ସାରା ପ୍ରଥମ ଥର ପାଇଁ ଏକତ୍ର ନଜର ଆସିବାକୁ ଯାଉଥିବା ବେଳେ ଇମତିଆଜ ଅଲୀ ଏହାର ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ପୋଷ୍ଟରରେ ଉଭୟ କାର୍ତ୍ତିକ ଏବଂ ସାରାଙ୍କ ଚରିତ୍ରର ନାମ ମଧ୍ୟ ଘୋଷଣା କରାଯାଇଛି । କାର୍ତ୍ତିକଙ୍କ ଚରିତ୍ରର ନାମ ବୀର ରହିଥିବା ବେଳେ ସାରାଙ୍କ ଚରିତ୍ରର ନାମ ଜୋଏ ରହିଛି ।

Leave a Reply