କାର୍ତ୍ତିକ ପୂର୍ଣ୍ଣିମାରେ ଡଙ୍ଗା ଭସାଇଲେ ଶ୍ରଦ୍ଧାଳୁ

ଆଜି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା । ଏହି ଅବସରରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାଳନ ହୋଇଛି ବୋଇତ ବନ୍ଦାଣ ଉତ୍ସବ । ବଡ଼ି ଭୋରରୁ ରାଜ୍ୟର ବିଭିନ୍ନ ନଦୀ, ପୁଷ୍କରିଣୀ ଓ ମହୋଦଧୀରେ ଡଙ୍ଗା ଭସାଇଛନ୍ତି ଶ୍ରଦ୍ଧାଳୁ । କଟକର ମହାନଦୀ ଓ କାଠଯୋଡ଼ି ନଦୀ, ଭୁବନେଶ୍ୱରର ବିନ୍ଦୁ ସାଗର, ପୁରୀ ସମୁଦ୍ର କୂଳ ଓ ଗୋପାଳପୁର ବିଚ୍‌ରେ ପ୍ରବଳ ଭିଡ଼ ଜମିଥିଲା । ଭଳି ଭଳିକି ରଙ୍ଗର ବୋଇତ ଭସାଇଥିଲେ ଶ୍ରଦ୍ଧାଳୁ ।

Leave a Reply