କଂଗ୍ରେସର ଶାନ୍ତି ପୂର୍ଣ୍ଣ ବନ୍ଦ ଶେଷ, ରାଜ୍ୟରେ ପଡିଲା ପ୍ରଭାବ

ପେଟ୍ରୋଲ ମୂଲ୍ୟ ବୃଦ୍ଧି ପ୍ରତିବାଦରେ ପ୍ରଦେଶ କଂଗ୍ରେସର ବନ୍ଦ ଡାକରା ସଫଳ ହୋଇଛି। ସକାଳୁ ସକାଳୁ କର୍ମିମାନେ ବିଭିନ୍ନ ସ୍ଥାନରେ ପିକେଟିଂ କରି ରାସ୍ତା ଅବରୋଧ କରିଥିଲେ। ଏପରିକି ଭୁବନେଶ୍ବର ରେଳ ଷ୍ଟେସନରେ କର୍ମିମାନେ ଟ୍ରେନ ଅଟକାଇଥିଲେ। ସେହିପରି ବିଧାନସଭାକୁ ଯିବା ପାଇଁ ବିଧାୟକମାନେ ମଧ୍ୟ ନାହିଁ ନ ଥିବା ଅସୁବିଧା ଭୋଗ କରିଥିଲେ। କେତେକ ବିଧାୟକ ମଟର ସାଇକେଲ ଯିବାର ଦେଖିବାକୁ ମିଳିଥିଲା। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଡା ସୁରକ୍ଷା ମଧ୍ୟରେ ବିଧାନସଭାକୁ ଯାଇଥିଲେ। ପୁରୀରେ କର୍ମିମାନେ ଏକ ପେଟ୍ରୋଲ ଟାଙ୍କିରେ ଭଙ୍ଗାଋଜା କରିବା ସହିତ ମୋଦିଙ୍କ ଫଟୋକୁ ଚିରି ଦେଇଥିଲେ। କାଁ ଭାଁ ଗଣ୍ଡଗୋଳ ଛାଡିଦେଲେ ସାରା ରାଜ୍ୟରେ ଶାନ୍ତି ପୂର୍ଣ୍ଣ ଭାବେ ଏହି ବନ୍ଦ ସଫଳ ହୋଇପାରିଛି।

Leave a Reply