ସମତା କ୍ରାନ୍ତି ଦଳର ଏକମାତ୍ର ବିଧାୟକ ଜର୍ଜ ତିର୍କୀ ଆନୁଷ୍ଠାନିକ ଭାବେ କଂଗ୍ରେସରେ ସାମିଲ ହୋଇଛନ୍ତି। ଶ୍ରୀ ତିର୍କୀଙ୍କ ବ୍ୟତୀତ ଓଡ଼ିଶାରେ ମହାନଦୀ ବଞ୍ଚାଅ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ, ଉପଦେଷ୍ଟା ଲଳିତ ମୋହନ ପଟ୍ଟନାୟକ, ମାନବାଧିକାର କର୍ମୀ ମନୋଜ ଜେନା, ବିଜୟ ପ୍ରଧାନ ଓ ନୀରଦ ଖୁଣ୍ଟିଆ ଆଜି କଂଗ୍ରେସରେ ସାମିଲ ହୋଇଛନ୍ତି। ନୂଆଦିଲ୍ଲୀରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି, ପିସିସି ପ୍ରଭାରୀ ଜିତେନ୍ଦ୍ର ସିଂ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଉପସ୍ଥିତିରେ ଏମାନେ କଂଗ୍ରେସରେ ସାମିଲ ହୋଇଛନ୍ତି । ଏମାନଙ୍କ ଯୋଗଦାନ ଫଳରେ ଦଳର ସଂଗଠନ ସୁଦୃଢ଼ ହେବ ବୋଲି ନିରଂଜନ ପଟ୍ଟନାୟକ କହିଛନ୍ତି।