ଓଡେଶୀ ସିଟି କାର୍ଡର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ, ଭୁବନେଶ୍ୱରର ଯେକୌଣସି ସ୍ଥାନରେ କରିହେବ ପେମେଣ୍ଟ

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ରାଜ୍ୟ ସଚିବାଳୟ ଠାରେ ଭୁବନେଶ୍ୱରବାସୀଙ୍କ ପାଇଁ କ୍ୟାସଲେସ୍ ପେମେଂଟ ବ୍ୟବସ୍ଥା ସ୍ୱରୂପ ଦି ଓଡେଶୀ ସିଟି କାର୍ଡର ଶୁଭାରମ୍ଭ କରଛନ୍ତି । ବିଏମସି , ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ୍ ଏବଂ ଆଇସିଆଇସିଆଇ ବ୍ୟାଙ୍କର ମିଳିତ ଆନୁକୂଲ୍ୟରେ ପ୍ରସ୍ତୁତ କରାଯାଇଥିବା ଏହି କାର୍ଡ ଦ୍ୱାରା ରାଜଧାନୀବାସୀ ଭୁବନେଶ୍ୱରର ଯେକୌଣସି ସ୍ଥାନରେ କିଣାକିଣି, ସିଟି ବସ୍, ପାର୍କିଂ ଆଦିରେ ପେମେଂଟ କରିପାରିବେ । ଉନ୍ନୟନ କମିଶନର ଆର ବାଲକ୍ରିଷ୍ଣନ୍ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଥମେ ଏହି କାର୍ଡ ପ୍ରଦାନ କରିଥିଲେ ।ଏହି କାର୍ଡ ଭୁବନେଶ୍ୱର ହେରିଟେଜ୍ ସିଟିରୁ ମଡର୍ଣ୍ଣ ଅର୍ବାନ୍ ସହରରେ ପରିଣତ ହେବା ଏବଂ ଟେକ୍ନୋଲୋଜି ଦ୍ୱାରା ସ୍ମାର୍ଟ ସିଟିରେ ପରିଣତ ହେବାକୁ ଦର୍ଶାଉଛି ।

Leave a Reply