ଓଡିଆଙ୍କୁ ନିଯୁକ୍ତି ଦାବୀରେ ବିଜୁ ଛାତ୍ର ଓ ଯୁବ ବାହିନୀର କେନ୍ଦ୍ର ପିଏସୟୁ ଆଗରେ ବିକ୍ଷୋଭ

ଓଡିଶାରେ ଅବସ୍ଥାପିତ ବିଭିନ୍ନ କେନ୍ଦ୍ରୀୟ ସଂସ୍ଥାରେ ଓଡିଆ ଅଫିସରଙ୍କୁ ନିଯୁକ୍ତି ଦାବୀ କରି ବିଜୁ ଯୁବ, ଛାତ୍ର ଜନତା ତରଫରୁ ବିକ୍ଷୋଭ କରାଯାଇଛି। ଭୁବନେଶ୍ବରସ୍ଥିତ ରେଳ ସଦନ ଏବଂ ନାଲକୋ ଆଗରେ ଦଳର ଶତାଧିକ କର୍ମି ଏହି ବିକ୍ଷୋଭରେ ସାମିଲ ହୋଇଥିଲେ। ସେହିପରି ସମ୍ବଲପୁରରେ ଏବଂ ପାରାଦ୍ବୀପଠାରେ ମଧ୍ୟ ଦଳ ତରଫରୁ ବିକ୍ଷୋଭ କରାଯାଇଥିଲା। ପାରାଦ୍ବୀପଠାରେ ଥିବା ଆଇଓସିଏଲରେ ଯେତେ ସଂଖ୍ୟକ ଅଧିକାରୀ ଅଛନ୍ତି ସେମାନଙ୍କ ସଂଖ୍ୟା ତୁଳନାରେ ଓଡିଆଙ୍କ ସଂଖ୍ୟା ବହୁ କମ। କେନ୍ଦ୍ର ସରକାର ତୁରନ୍ତ ଓଡିଆ ଲୋକଙ୍କୁ ନିଯୁକ୍ତି ପ୍ରଦାନ କରନ୍ତୁ ବୋଲି ଦଳ ତରଫରୁ ଦାବୀ କରାଯାଇଛି।

Leave a Reply