ଓଡ଼ିଶା ହାଇକୋର୍ଟଙ୍କ ନୂଆ ଜଜ୍‌ ଭାବେ ଶପଥ ନେଲେ ଜଷ୍ଟିସ ପୂଜାହାରୀ ଓ ଜଷ୍ଟିସ ମିଶ୍ର।

ଓଡ଼ିଶା ହାଇକୋର୍ଟଙ୍କ ନୂଆ ଜଜ୍‌ ଭାବେ ଶପଥ ଗ୍ରହଣ କରିଛନ୍ତି ଶତୃଘନ ପୂଜାହାରୀ ଓ ଜଷ୍ଟିସ ଅକ୍ଷୟ ମିଶ୍ର । ପୂର୍ବ ନିର୍ଦ୍ଧାରିତ ସମୟ ନିର୍ଘଣ୍ଟ ଓ କାର୍ଯ୍ୟସୂଚୀ ଅନୁସାରେ ସୋମବାର ସକାଳେ ମୁଖ୍ୟ ବିଚାରପତି ଜଷ୍ଟିସ କଳ୍ପେଶ ସତ୍ୟାନନ୍ଦ ଜାଭେରି ସେମାନଙ୍କୁ ପଦ ଓ ଗୋପନୀୟତାର ଶପଥପାଠ କରାଇଥିଲେ। ହାଇକୋର୍ଟଙ୍କ ନୂତନ ସୌଧରେ ଏହି ଶପଥପାଠ ହୋଇଥିଲା। ଜଷ୍ଟିସ ଅକ୍ଷୟ ମିଶ୍ର ଓଡ଼ିଶା ହାଇକୋର୍ଟର ରେଜିଷ୍ଟ୍ରାର ଏବଂ ଜଷ୍ଟିସ ପୂଜାହାରୀ ମାଡ୍ରାସ ହାଇକୋର୍ଟର ବିଚାରପତି ଥିଲେ। ଜଷ୍ଟିସ ପୂଜାହାରୀ ପୂର୍ବରୁ ଓଡ଼ିଶା ହାଇକୋର୍ଟର ବିଚାରପତି ଥିଲେ।

Leave a Reply