ଏବେ ଚେନ୍ନାଇରେ ଓଡିଶା ଭବନ, ମୁଖ୍ୟମନ୍ତ୍ରୀ କଲେ ଉଦଘାଟନ

ନୂଆଦିଲ୍ଲୀ, ମୁମ୍ବାଇ ଓ କୋଲକାତା ପରେ ବର୍ତ୍ତମାନ ଚେନ୍ନାଇରେ ମଧ୍ୟ ଓଡିଶା ଭବନ ନିର୍ମାଣ କରାଗଲା। ଛଅ ମହଲା ବିଶିଷ୍ଠ ଏହି ଭବନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିଛନ୍ତି। ଏହି ଉତ୍ସବରେ ତାମିଲନାଡୁର ମନ୍ତ୍ରୀ ଜୟକୁମାର ମଧ୍ୟ ଉପସ୍ଥିତ ଥିଲେ। ପ୍ରାୟ 22 କୋଟି ଟଙ୍କାରେ ନିର୍ମାଣ କରାଯାଇଛି ଏହି ଓଡିଶା ଭବନ। ଏଥିରେ 22ଟି ରୁମ ରହିଥିବା ବେଳେ ଏକ ବଡ ସମ୍ମିଳନୀ କକ୍ଷ ମଧ୍ୟ ରହିଛି। 2012 ମସିହାରେ ତାମିଲନାଡୁର ପୂର୍ବତ୍ତନ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ଜୟଲଳିତା ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଭବନର ଶିଳାନ୍ୟାସ କରିଥିଲେ।

Leave a Reply