ଏଣିକି ଖରିଫ ଧାନ କିଣାର 3 ଦିନ ମଧ୍ୟରେ ଚାଷି ପାଇବେ ଟଙ୍କା

ରାଜ୍ୟ ସରକାର କ୍ୟାବିନେଟ ବୈଠକରେ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତି ନିଆଯାଇଛି। ତାହା ହେଲା , ଚାଷିମାନେ ଧାନ ବିକ୍ରି କରିବାର 3 ଦିନ ମଧ୍ୟରେ ସମସ୍ତ ଟଙ୍କା ପାଇପାରିବେ। ଏହି ଟଙ୍କା ଚାଷିଙ୍କ ଆକାଉଣ୍ଟକୁ ସିଧା ପ୍ରଦାନ କରାଯିବ। ଚଳିତ ବର୍ଷ ରାଜ୍ୟରୁ ପ୍ରାୟ 55 ଲକ୍ଷ ଟନର ଧାନ କିଣିବାର ଲକ୍ଷ୍ୟ ରଖାଯାଇଛି। ବର୍ତ୍ତମାନ ସାଧାରଣ ଧାନର କ୍ବଣ୍ଟାଲ ପିଛା ମୂଲ୍ୟ 17ଶହ 50 ଟଙ୍କା ରହିଥିବା ବେଳେ ଏ ଗ୍ରେଡ୍ ଧାନ ପାଇଁ 17ଶହ 70 ଟଙ୍କା ରଖାଯାଇଛି। ସେହିପରି କ୍ୟାବିନେଟ ବୈଠକରେ ଆମ ଗାଁ ଆମ ବିକାଶ କାର୍ଯ୍ୟକ୍ରମରେ ଦିଆଯାଉଥିବା ପ୍ରକଳ୍ପକୁ ମଧ୍ୟ କ୍ୟାବିନେଟ ଅନୁମୋଦନ ମିଳିଛି।

Leave a Reply