ଆମେରିକା ବଜାରରେ ଭାରତୀୟ ଉତ୍ପାଦ ପ୍ରବେଶ ଉପରେ ଲାଗିବ କଟକଣା

ଭାରତର ‘ପ୍ରିଫରେନ୍ସିଆଲ୍‌ ଟ୍ରେଡ୍‌ ଟ୍ରିଟ୍‌ମେଣ୍ଟ୍‌’ ଶେଷ କରିବାକୁ ଇଚ୍ଛୁକ ବୋଲି ଯୁକ୍ତରାଷ୍ଟ୍ର ଆମେରିକୀୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ କହିଛନ୍ତି। ଏହି ରାଜିନାମା ବଳରେ ୫. ୬ ବିଲିୟନ୍‌ ଆମେରିକୀୟ ଡଲାର୍‌ ମୂଲ୍ୟର ଭାରତୀୟ ସାମଗ୍ରୀ ବିନା ଶୁଳ୍କରେ ଯୁକ୍ତରାଷ୍ଟ୍ର ଆମେରିକାକୁ ରପ୍ତାନି ହୁଏ। ପୂର୍ବରୁ ବିନା ଶୁଳ୍କରେ ଭାରତ ନିଜର ସାମଗ୍ରୀ ଆମେରିକାକୁ ରପ୍ତାନୀ କରିପାରୁଥିଲା କିନ୍ତୁ ଏଣିକି ଟ୍ରମ୍ପ୍‌ ପ୍ରଶାସନ ଏହା ଉପରେ କଟକଣା ବସାଇବେ । ଭାରତ ନିଜ ଉତ୍ପାଦ ଆମେରିକା ବଜାରରେ ପ୍ରବେଶ କରିବାକୁ ହେଲେ ଶୁଳ୍କ ଦେବାକୁ ପଡ଼ିବ । ‘ଜେନେରାଲାଇଜ୍‌ଡ୍‌ ସିଷ୍ଟମ୍‌ ଅଫ୍‌ ପ୍ରିଫରେନ୍‌ସେସ୍‌’ (ଜିଏସ୍‌ପି) ଯୋଜନାରେ ଥିବା ହିତାଧିକାରୀ ବିକାଶଶାଳୀ ରାଷ୍ଟ୍ର ତାଲିକାରୁ ଭାରତକୁ ବାଦ ଦେବାକୁ ଏହି ସଂକ୍ରାନ୍ତୀୟ ବିଜ୍ଞପ୍ତି ଦେଇଛନ୍ତି ।

Leave a Reply