ଆଜି ଓଡିଶା ଗସ୍ତରେ ଉପରାଷ୍ଟ୍ରପତି

ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ ଦିନିକିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସେ ଦୈନିକ ଓଡ଼ିଆ ଖବର କାଗଜ ‘ସମାଜ’ର ଶତବାର୍ଷିକୀ ସମାରୋହରେ ଯୋଗଦେବେ । କଟକ ସ୍ଥିତ ଜବାହାଲାଲ ନେହରୁ ଇଣ୍ଡୋର ଷ୍ଟାଡିୟମରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଅପରାହ୍ନ 3.50 ମିନିଟ୍‌ରେ ଏହି କାର୍ଯ୍ୟକ୍ରମରେ ଉପରାଷ୍ଟ୍ରପତି ଯୋଗଦେବେ । ଏଥିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ଯୋଗଦେବେ । ଏହା ସହ ଭୁବନେଶ୍ୱରରେ ଚାଲିଥିବା ‘ବିଶ୍ୱ କବି ମହାକୁମ୍ଭ’ରେ ମଧ୍ୟ ଉପରାଷ୍ଟ୍ରପତି ଯୋଗଦେବାର ଅଛି ।

Leave a Reply

Your email address will not be published. Required fields are marked *