ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ଆରବିଆଇ ଅର୍ଥ ଗ୍ରହଣକୁ ରାହୁଲଙ୍କ ସମାଲୋଚନା

ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ପାଇଁ ଆରବିଆଇ 1.76 ଲକ୍ଷ କୋଟି ଟଙ୍କା ପ୍ରଦାନ କରିବା ନିଷ୍ପତ୍ତିକୁ ସମାଲୋଚନା କରିଛନ୍ତି ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ । ଅର୍ଥନୈତିକ ବ୍ୟବସ୍ଥା ସୁଧାରିବା ନାମରେ ସରକାର ରାଷ୍ଟ୍ରାୟତ ବ୍ୟାଙ୍କକୁ ଲୁଟୁଛନ୍ତି ବୋଲି ଟ୍ବିଟ୍‌ କରିଛନ୍ତି ରାହୁଲ୍‌ ଗାନ୍ଧୀ । ବଜେଟ୍‌ରେ ନିଅଣ୍ଟ ରହିଥିବା 1 ଲକ୍ଷ 76 ହଜାର କୋଟି ଟଙ୍କା ଆରବିଆଇ ପ୍ରଦାନ କରିବା ନିହାତି ଆଶ୍ଚର୍ଯ୍ୟଜନକ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି । ଏଭଳି ଦାୟିତ୍ବହୀନ ପଦକ୍ଷେପ ଭାରତୀୟ ଅର୍ଥନୀତି ଏବଂ ବ୍ୟାଙ୍କିଂ ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଦେବାଳିଆ କରିଦେବ ବୋଲି ରାହୁଲ ଟ୍ବିଟ୍‌ କରିଛନ୍ତି ।

Leave a Reply