ଅଯୋଧ୍ୟା ମାମଲାରେ ସୁପ୍ରିମକୋର୍ଟଙ୍କ ଐତିହାସିକ ରାୟ : ବିବାଦୀୟ ଜମି ରାମ ଜନ୍ମଭୂମି ନ୍ୟାସକୁ ପ୍ରଦାନ ନିଷ୍ପତ୍ତି

ଅଯୋଧ୍ୟା ମାମଲାରେ ଶେଷରେ ସୁପ୍ରିମକୋର୍ଟଙ୍କ ରାୟ ପ୍ରକାଶ ପାଇଛି । ବିବାଦୀୟ ଜମିକୁ ରାମ ଜନ୍ମଭୂମି ନ୍ୟାସକୁ ପ୍ରଦାନ କରିବାର ନିଷ୍ପତ୍ତି ନେଇଛନ୍ତି ସୁପ୍ରିମକୋର୍ଟ । ଏହା ସହିତ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ ମସ୍‌ଜିଦ୍‌ ନିର୍ମାଣ ପାଇଁ ଅଯୋଧ୍ୟାର ଏକ ପ୍ରମୁଖ ସ୍ଥାନରେ 5 ଏକର ଜମି ପ୍ରଦାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମସ୍‌ଜିଦ୍‌ ନିର୍ମାଣ ପାଇଁ ସୁନ୍ନି ଓ୍ବାକଫ୍‌ ବୋର୍ଡକୁ 5 ଏକର ଜମି ପ୍ରଦାନ କରାଯିବା ସହିତ ମସ୍‌ଜିଦ୍‌ ନିର୍ମାଣରେ ସହାୟତା ପାଇଁ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ସୁପ୍ରିମକୋର୍ଟ ।

Leave a Reply