ଅଭିଜିତ ଆୟାରଙ୍କୁ କ୍ଷମା କରିଦେଲା ବିଧାନସଭା

ଅଭିଜିତ ଆୟାରଙ୍କ ମନ୍ତବ୍ୟକୁ ନେଇ ଗତ ବିଧାନସଭାରେ ବହୁ ଝଡ଼ ସୃଷ୍ଟି ହୋଇଥିଲା, ହେଲେ ସେହି ବିଧାନସଭା ଆୟାରଙ୍କୁ କ୍ଷମା କରିଦେଇଛନ୍ତି। ଆୟାରଙ୍କ ଓଡିଶା ଏବଂ କୋଣାର୍କ ବିରୋଧୀ ମନ୍ତବ୍ୟ ସହିତ ବିଧାୟକଙ୍କୁ ଗାଳିକରିବା ଘଟଣା ନେଇ ଗତ ମୌସୁମୀ ଅଧିବେଶନରେ ଘଣ୍ଟା ଘଣ୍ଟା ଧରି ଚର୍ଚ୍ଚା ହୋଇଥିଲା। ଏପରିକି ସର୍ବସମ୍ମତି କ୍ରମେ ଏହାର ତଦନ୍ତ କରିବା ପାଇଁ ଏକ ଗୃହ କମିଟ ମଧ୍ୟ ଗଠନ କରାଯାଇଥିଲା। ହେଲେ ଶେଷରେ ସେହି କମିଟ ତାଙ୍କୁ କ୍ଷମା କରିବା ପାଇଁ ସୁପାରିଶ କରିବାରୁ ଆୟାରଙ୍କୁ କ୍ଷମା କରିଦିଆଗଲା ବୋଲି ବାଚସ୍ପତି ଗୃହରେ ଘୋଷଣା କରିଥିଲେ।

Leave a Reply